ବର୍ଷା ଋତୁଟିଏ ମୁଁ
ଗୋଟେ ଦିନ ସେ ବର୍ସାରେ ଭିଜିବୁ ତୁ
ଖୁସି ତତେ ଦେଇ
ବହୁଦୂର ଉଡି ଚାଲି ଯିବି ମୁଁ
ଭାବିଥିଲି ଏଇ ଜୀବନରେ ଆମେ କେବେ ଅଲଗା ହବାନି
ଯାହା ବି ହଉ ମତେ ପ୍ରିୟା ତୁ କେବେ ଭଲ ପାଇବୁନି
ଆଖିରୁ ଯଦି ଝରିବ ଲୁହ ତୋର, ଭାବି ନବୁ ତାକୁ ବରଷାର ପାଣି
ଯାହା ବି ହଉ ପ୍ରିୟା ତୁ ମତେ ଜମା ଭଲ ପାଇବୁନି !!
ଆସିଲ ତମେ ମୋ ଜୀବନେ
ଭରିଦେଲ ପ୍ରେମ ମୋ ମନେ
ଆଗରୁ ମୁଁ ଭଲରେ ଥିଲି
ଧୋକା ଶିଖେଇଲ ବି ତୁମେ
ଯେତେ ବୁଝେଇଲେ କାଇଁ ବୁଝୁନାହୁଁ ତୁ
ମୋର କଣ ଅଛି କାଲି ମରିଯିବି ମୁଁ
ତୁ ଗଲାପରେ ଆଉ ବଞ୍ଚିବାକୁ ଚାହୁଁନି ମୁଁ
ସେ ଯାହା ବି ହଉ ମତେ ଭଲ ପାଇବୁନି ତୁ
ଆଖିରୁ ଯଦି ଝରିବ ଲୁହ ତୋର, ଭାବିନବୁ ତାକୁ ବରଷାର ପାଣି
ଯାହା ବି ହଉ ପ୍ରିୟା ତୁ ମତେ ଜମା ଭଲ ପାଇବୁନି !!
ତୁ ଗଲା ପରେ ବଦଳି ଯାଇଛି ମୋ ଜୀବନ
ଶରୀର ଅଛି ହେଲେ ମୋ ପାଖେ ନାହିଁ ମୋ ପ୍ରାଣ
ଏ ଜୀବନ ରଖି କିବା ଲାଭ ଆଉ
ଶେଷ ଇଛା ମୋର ତୁମ କୋଳେ ମୋ ପ୍ରାଣ ଛାଡି ଯାଉ
ତତେ ଛାଡି ଯିବାକୁ ଇଚ୍ଛା ଜମା ବି ହଉନି
ଯାହା ବି ହଉ ପ୍ରିୟ ତୁ ଜମା ମତେ ଭଲ ପାଇବୁନି
ଆଖିରୁ ଯଦି ଝରିବ ଲୁହ ତୋର, ଭାବିନବୁ ତାକୁ ବରଷାର ପାଣି
ଯାହା ବି ହଉ ପ୍ରିୟା ତୁ ମତେ ଜମା ଭଲ ପାଇବୁନି !!

Comments
Post a Comment