ମୁଁ ତତେ କେତେ ଭଲ ପାଏ ତୁ କେମିତି ଜାଣିବୁ ,
ଏ ମନ ତତେ କେତେ ଚାହେଁ ତୁ କେମିତି ଜାଣିବୁ ,
ଦୁରେ ଗଲେ ସହିପାରିରିବିନି ଏ ହୃଦୟ ଯନ୍ତ୍ରଣା ,
କେମିତି କଟିବ ଏ ଜୀବନ ପ୍ରିୟା ତୋ ବିନା ।
ଏ ହୃଦୟ ତତେ କିଛି କହିବାକୁ ଚାହେଁ ,
ତୋ ମନରେ ଘର କରି ରହିବାକୁ ଚାହେଁ ,
ସେ ଘରେ କେବଳ ତୁ ଆଉ ମୁଁ
ଆଉ କେହି ନଥିବେ ତୋ ମୋ ବିନା ,
କେମିତି କଟିବ ଏ ଜୀବନ ହାଏ ପ୍ରିୟ ତୋ ବିନା ।
ସ୍ୱପ୍ନରେ ରହିଗଲା ସ୍ବପ୍ନ ମୋର ,
ଡରଲାଗେ ମତେ କହିଦେଲେ
ତୋ ଠାରୁ ମତେ କରିଦବୁନି ତ ଦୂର ,
ସେଥିପାଇଁ ମୋ ମନ କଥା ତତେ କହିଯେ ପାରେନା ,
କେମିତି କଟିବ ଏ ଜୀବନ ହାଏ ପ୍ରିୟା ତୋ ବିନା ।

Comments
Post a Comment