ଅଧାଲେଖା ଚିଠି ଲେଖି ମୁଁ ପାରୁନି ଉଦୟ ହେଉନି ଭାବ ,
ତୁମେ ଗଲାପରେ ବିଷର୍ଣ୍ଣ ବସନ୍ତ କୋକିଳ ଦେଉନି ରାବ ।
ରଙ୍ଗୀନ କାଚରେ ଝାପ୍ସା ସ୍ମୃତିକୁ ନିରେଖି ହେଉନି ଜମା ,
ହିସାବ ଖାତାରେ ଦୋଷ ଗୁଣ ବାଛି ନିଜକୁ ମାଗୁଛି କ୍ଷମା ।
କେମିତି ଅଛି ମୁଁ ହୃଦୟ ଖୋଲିକି କା ଆଗେ ପାରୁନି କହି ,
ତୁମେ ମୋର ଥିଲ ସମ୍ଭାବିତ ପ୍ରଶ୍ନ ଅନେକ ଉତ୍ତର ବହି ।
Comments
Post a Comment