କା ଆଖିରେ ଛଳ ଛଳ ଛଳନା ର ଲୁହ
କା ଆଖିରେ ମିଠା ମିଠା ପ୍ରେମର ପ୍ରଣୟ
ହେଲେ ମୋ ପ୍ରିୟା ଆଖିରେ
ଅସରା ଅସରା ସନ୍ଦେହ ।।
ସନ୍ଦେହି ପ୍ରିୟାଟି ମୋର
ରଖେ ମୋର ସବୁ ଖବର
ସବୁ ଝିଅଙ୍କ ଉପରେ
ମୋ ପାଇଁ କଡା ନଜର
କା ମନରେ ମଧୁଝରା ପ୍ରୀତିର ମଳୟ
ହେଲେ ମୋ ପ୍ରିୟା ମନରେ
ଅସରା ଅସରା ସନ୍ଦେହ ।।
କେବେ ଯଦି ମୋ ନଜର
କେଉଁ ଝିଅ ଦେଖି ଲାଗେ
ଚାଲୁଥିଲେ ପଛେ ପ୍ରିୟା ମୋର
ଚାଲେ ଆସି ଆଗେ ଆଗେ ।
କା ସପନେ ମଧୁବନ୍ଧା ଦୁଇଟି ହୃଦୟ
ହେଲେ ମୋ ପ୍ରିୟା ସପନେ
ଅସରା ଅସରା ସନ୍ଦେହ ।।

Comments
Post a Comment