କେବେ କେବେ ମୁକ୍ତି ମିଳନ୍ତା କି ଏ ଜଞ୍ଜାଳରୁ,
ଦୁହେଁ ଚାଲିଯାଆନ୍ତେ କେଉଁ ନିରୋଳା ସହରକୁ।।
ଯେଉଁଠି ନଥିବ ତୁମ ବହୁ ବ୍ୟସ୍ତତା ର ଚିହ୍ନ,
ଯେଉଁଠି ନଥିବ ମୋର କର୍ମ ବୋଝ ଏ ଜୀବନ।।
ଯେଉଁଠି ବିଞ୍ଚୁଥିବ ପ୍ରକୃତି ତାର ଶୀତଳ ସିଞ୍ଚନ,
ଯେଉଁଠି ମିଳୁଥିବା ଆତ୍ମାକୁ ଶାନ୍ତି ପଣ ପଣ।।
ବାସ ତୁମ ହାତରେ ଥିବ ମୋର ହାତ,
ତୁମ କାନ୍ଧେ ନଇଯାଇ ଥିବ ମୋର ମୁଣ୍ଡ।।
ମୁଁ ଶୁଣୁଥିବୀ ତୁମେ ଚୁପି ଚୁପି କେତେ କଥା କହୁଥିବ,
ଜନ୍ମ ଜନ୍ମାନ୍ତେ କେବେ ଆମ ଗପ ନ ସରିବ,
ଏମିତି ସତରେ କୁହ କେବେ ହୋଇ କି ପାରିବ।।।

Comments
Post a Comment