ମାଗିବା ଲୋକ ତ କିଛିବି ମାଗିବ
ସବୁକି ପାରିବ ପାଇ,
ସବୁକିଛି ଯଦି ମାଗିବ ସିଏ
ତୁମେ କି ପାରିବ ଦେଇ।
ଯାଚିଲ ଯଦି ମାଗୁଚି ଆଜି
ତମ ସହ ତୋଫା ଜହ୍ନ ରାତିକ ପାଇଁ,
ହାଲକା ହାଲକା କାକରକୁ ଜହ୍ନର ଛାଇ
ତମ କୋଳେ ମଥା ରଖି ଶୋଇବି ମୁହିଁ।।
ଦୁଷ୍ଟ ହେଲେ ଓଠ ମୋର ରୋକିବ ନାଇଁ
କଥା ଦେଇ କଥା କେବେ ଭାଙ୍ଗିବ ନାହିଁ,
ରଖିବ ଯଦି ପଲକ ତଳେ
ତମ ପଣତରେ ମତେ ଦବ ଘୋଡେଇ।।
ଆଖି ବୁଜିଥିବ ହେଲେ ସୋଇ ନଥିବ
ଚେଇଁ ଚେଇଁ ମିଠା ମିଠା ସ୍ବପ୍ନ ଦେଖିବ,
ଜାଣେନା ମୁଁ ସପନ ମୋ ସତ କି ହେବ
ଶୀତଳ ଜହ୍ନ ଜ୍ୟୋସ୍ନା ରେ ମତେ ଥରୁଟେ ଭିଜେଇ ଦବ।।।

Comments
Post a Comment