ଭଲ କାଇଁ ଏତେ ପାଉଥିଲା।
ଛଳନା ନିଆଁରେ କାଇଁ ମତେ ଜାଳି,
ଦରପୋଡା ଶବ କରିଦେଲ।।
ମାଗି ମୁଁ ନଥିଲି ସରଗର ଚାନ୍ଦ,
ହୀରା ଲୀଳା ଅବା ମୋତି।
ଲୋଡୁଥିଲି ମୁହିଁ ତୁମଠାରୁ ଖାଲି,
ସ୍ନେହ ଶ୍ରଦ୍ଧା ଆଉ ପ୍ରୀତି।।
ଦରଦୀ ମଣିଷ ଦେଖିଥିଲି ଦିନେ,
ତୁମରି ହୃଦୟ ଠାରେ।
ସେହି ଦିନଠାରୁ ପୂଜାରୀ ସାଜିଲି,
ତୁମ ହୃଦୟ ମନ୍ଦିରେ।।
ଭଲପାଇବାଟା ତୁମ ପ୍ରତାରଣା ଥିଲା,
ଚିନ୍ହିଲି ତୁମରି ରୂପ।
ଭଲପାଇ କେତେ ଭୁଲ କଲି ସତେ,
କରେ ବସି ଅନୁତାପ।।

Comments
Post a Comment