ବିଜୁଳିର ରାଣ ତତେ ରହିଯାରେ ମେଘ,
ଆଗାମୀ ପୂର୍ଣ୍ଣିମାରେ ଢାଙ୍କିବୁନି ଚାନ୍ଦ।
ଯିବୁ ପଛେ ବୋହି ଆକାଶର ଲୁହ ହୋଇ,
ଅଙ୍କାବଙ୍କା କରିବୁନି ମୋ ପ୍ରେମର ପଥ।।
ପୁର୍ଣିମାର ଚାନ୍ଦ କାଳେ ହେବ କାଚ ଆଇନା,
କେଉଁ ଦୁରେ ଚାହୁଁଥିବ ତାକୁ ନୀଳନୟନା।
ଦେଖି ତା ଛବି ଦେବୀ ମୁଁ ଆଙ୍କି,
ମୋ ମନର କାଗଜରେ ତା ମନ ଠିକଣା।।
Comments
Post a Comment