ଏ ବାଟ ଟିକେ ଓଲଟା ଓଲଟା,
ଯିଏ ଚାଲିଚି ସିଏ ଜାଣିଚି
ଏ ବାଟରେ ଫୁଲଠୁ ନରମ ଲାଗେ କଣ୍ଟା।
ଏ ବାଟରେ ଫୁଲଠୁ ନରମ ଲାଗେ କଣ୍ଟା।
ଏ ପାଠ ଟିକେ ଓଲଟା ଓଲଟା,
ଯିଏ ପଢ଼ିଚି ସିଏ ବୁଝିଚି
ଏ ପ୍ରେମରେ ହସ ଠାରୁ ଲୁହ ବେସି ମିଠା।
କିଏ କହେ କାଳେ ଦୂର ଯିଏ ସିଏ ପର
ହେଲେ ଏ ପ୍ରେମରେ ଓଲଟା କିଛି,
ପାଖେ ପାଖେ ଥିଲେ ପ୍ରେମ ହୁଏ ଉଣା
ଦୁରେ ଗଲେ ବଢେ ବେଶୀ ବେଶୀ।
ଏ ସ୍ପର୍ଶ କିଛି ଓଲଟା ଓଲଟା,
ଯିଏ ଛୁଇଁଚି ସେ କହିବ ଏ ପ୍ରେମର
ନିଆଁ ଜାଳିଦିଏ ବର୍ଷା ଛିଟା।
ସତରେ କାହାକୁ ହୃଦୟ ଦେବାରେ
କଳଙ୍କକୁ କେହି ଡ଼ରେନାହିଁ,
ଅମର ହୁଏ ସେ ପ୍ରେମ ଆଉ ପ୍ରେମୀ
ଜ୍ବହର ପିଇବି ମରେ ନାହିଁ।
ଏ ସର୍ତ କିଛି ଓଲଟା ଓଲଟା,
ଯିଏ କରିଚି ସେ ଜାଣିଚି
ଏ ପ୍ରେମରେ ପାଇବାଠୁ ଖୁସି ହାରିବାଟା।

Comments
Post a Comment